Author: Sarasinee Subudhi

ରାଜ୍ୟରେ ଜାରି ରହିଛି ବର୍ଷା । ଲଘୁଚାପ ଜନିତ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ସେପଟେ ବିଭିନ୍ନ ନଦୀରେ ବଢୁଛି ଜଳସ୍ତର। ଭଦ୍ରକ ଆଖୁଆପଦାରେ ବିପଦ ସଂକେତ ଛୁଇଁଛି ବୈତରଣୀ, ସୁବର୍ଣ୍ଣରେଖାରେ ମଧ୍ୟ ବଡ଼ ବନ୍ୟା ଆଶଙ୍କା କରଯାଉଛି। ସୁବର୍ଣ୍ଣପୁର, ଜଳକା, ବୈତରଣୀରେ ବନ୍ୟା ସ୍ଥିତି ଅଛି। ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ବାଂଲାଦେଶ ଉପକୂଳରେ ଏହି ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ବରଗଡ଼, ଦେବଗଡ଼ ,କେନ୍ଦୁଝର, ଅନୁଗୁଳ, ସୋନପୁର, ବଲାଙ୍ଗୀର, ନୂଆପଡାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି, ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ…

Read More