Author: Sarasinee Subudhi

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର କହିଛନ୍ତି ଯେ ଅଗଷ୍ଟ ୯ ତାରିଖରେ ରକ୍ଷା ବନ୍ଧନ ଉପହାର ସ୍ୱରୂପ ସୁଭଦ୍ରା ଯୋଜନା ଅଧୀନରେ ମୋଟ ୧.୨୪ କୋଟି ମହିଳା ହିତାଧିକାରୀ ୫,୦୦୦ ଟଙ୍କାର ତୃତୀୟ କିସ୍ତି ପାଇବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ,” ରାକ୍ଷୀ ପୂର୍ଣ୍ଣିମା ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୋରାପୁଟର ଜୟପୁରରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ରାଶି ବଣ୍ଟନ କରିବେ। କୋଟିଆର ପ୍ରତ୍ୟେକ ଘରେ ଏହାର ଲାଭ ପହଞ୍ଚିବା ସୁନିଶ୍ଚିତ କରିବାକୁ ସରକାର ପ୍ରତିବଦ୍ଧ। ମୁଁ ବ୍ୟକ୍ତିଗତ ଭାବରେ କୋଟିଆ ଗସ୍ତ କରି ସୁଭଦ୍ରା ଯୋଜନା ପଞ୍ଜୀକରଣ ସମୀକ୍ଷା କରିବି। କୋଟିଆର ସମସ୍ତ ଓଡ଼ିଆ ଲୋକଙ୍କୁ ଏଥିରେ ସାମିଲ କରାଯିବ”। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହୁରି କହିଛନ୍ତି ଯେ, ଜମି କିମ୍ବା ଆୟକର ପ୍ରଦାନ ଅଭାବରୁ ଯୋଜନାରୁ ବାଦ ପଡ଼ିଥିବା ୧.୮୮ ଲକ୍ଷ ମହିଳାଙ୍କ ଅଭିଯୋଗ ସମୀକ୍ଷା କରାଯାଉଛି। “ସେମାନଙ୍କୁ ପର୍ଯ୍ୟାୟକ୍ରମେ ଅନ୍ତର୍ଭୁକ୍ତ…

Read More