Author: Sarasinee Subudhi

ଫକିର ମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣା ଉପରୁ ଖୁବ୍‌ଶୀଘ୍ର ପରଦା ହଟିପାରେ। ୟୁଜିସି ଏବଂ ଉଚ୍ଚଶିକ୍ଷା ବିଭାଗର ଊଛସ୍ତରୀୟ ଟିମ୍ ତଦନ୍ତ କରି ଫେରିଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ଗତକାଲି ଆପାତତଃ ସରିଥିବା କୁହାଯାଉଛି। ଶୁକ୍ରବାର ସୁଦ୍ଧା ଲଗାତାର ୮ ଦିନ ଧରି କ୍ରାଇମବ୍ରାଞ୍ଚର ଟିମ୍ କଲେଜ ଓ ଆଖପାଖ ଅଞ୍ଚଳରେ ତଦନ୍ତ କରି ତଥ୍ୟ ସଂଗ୍ରହ କରିଥିଲା। ଶେଷଥର ପାଇଁ ଶୁକ୍ରବାର ଏହି ତଦନ୍ତକାରୀ ଟିମ୍ କଲେଜକୁ ଯାଇ ଇଷ୍ଟକ୍ୟାମ୍ପସ୍‌ରେ ଥିବା ପିଲାମାନଙ୍କୁ ପଚରାଉଚରା କରିଥିଲେ । ତେଣୁ ଖୁବ୍‌ଶୀଘ୍ର ତଦନ୍ତ ରିପୋର୍ଟ ପଦାକୁ ଆସିପାରେ ବୋଲି କୁହାଯାଉଛି। ଶେଷଥର ପାଇଁ ଶୁକ୍ରବାର କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍ କଲେଜ ପାଖ ଅଞ୍ଚଳରେ ତନାଘନା କରିବା ପରେ କଲେଜକୁ ଯାଇଥିଲା। ପ୍ରଥମେ କଲେଜ ଅଧ୍ୟକ୍ଷଙ୍କ ଚାମ୍ବରକୁ ଯିବା ପରେ ଇଷ୍ଟ କ୍ୟାମ୍ପସ୍‌କୁ ଯାଇଥିଲା। ଇଷ୍ଟ କ୍ୟାମ୍ପସ୍‌ରେ ବିଏଡ୍ ବିଭାଗ ସହ ଅନ୍ୟ ବିଭାଗ ମଧ୍ୟ ରହିଛି ।…

Read More