Author: Sarasinee Subudhi

ଋଷ ଉପକୂଳରେ ହୋଇଥିବା ଭୂକମ୍ପ କାରଣରୁ ବୁଧବାର ସକାଳୁ ସୁନାମି ଲହରୀ ଆମେରିକାର ପଶ୍ଚିମ ଉପକୂଳରେ ପହଞ୍ଚି ୱାଶିଂଟନ, ଓରେଗନ ଏବଂ କାଲିଫର୍ନିଆର ଉପକୂଳକୁ ପ୍ରଭାବିତ କରିଛି। ଏପର୍ଯ୍ୟନ୍ତ ସର୍ବୋଚ୍ଚ ଲହରୀ କାଲିଫର୍ନିଆର ଆରେନା କୋଭରେ ମାଡ଼ ହୋଇଥିବା ଜଣାପଡ଼ିଛି, ଯାହାକି ୧.୬ ଫୁଟ ଉଚ୍ଚତାରେ ହୋଇଥିବାର ରେକର୍ଡ କରାଯାଇଛି, ଏହା ପରେ କ୍ରିସେଣ୍ଟ ସିଟି ୧. ୫ ଫୁଟ ଏବଂ ମୋଣ୍ଟେରୀରେ ୧.୪ ଫୁଟ ଉଚ୍ଚତା ସୁନାମି ଲହରୀ ମାଡ଼ ହୋଇଛି। ଉତ୍ତର କାଲିଫର୍ନିଆ ଉପକୂଳ ପାଇଁ ସୁନାମି ଚେତାବନୀ ଏବେ ବି ଜାରି ରହିଛି। ଏହି ସମୟରେ, କାଲିଫର୍ନିଆର ଅବଶିଷ୍ଟ ଉପକୂଳ ଅଞ୍ଚଳ – ସାନ ଫ୍ରାନ୍ସିସ୍କୋ ବେ ଏରିଆ ସମେତ ଓରେଗନ ଏବଂ ୱାଶିଂଟନର ଉପକୂଳ ପାଇଁ ସୁନାମି ଚେତାବନୀ ଜାରି ରହିଛି। ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ପ୍ରାରମ୍ଭିକ ଲହରୀ ଆସିବା ପରେ ବିପଜ୍ଜନକ ସ୍ରୋତ ଏବଂ ଆହୁରି ବଡ ଲହରୀ କିଛି ଘଣ୍ଟା ପର୍ଯ୍ୟନ୍ତ…

Read More