Author: Sarasinee Subudhi

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୂରକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ତାଙ୍କ ଭାଷଣ ଭିତରେ ରାହୁଲ ଗାନ୍ଧୀ ଏମିତି କିଛି କହିଲେ ଯାହା ସମସ୍ତଙ୍କୁ ତାଜୁବ କରିଛି, ରାହୁଲ ଗାନ୍ଧୀଙ୍କ ସ୍ଲିପ ଅଫ ଦ ଟଙ୍ଗ ପାଇଁ ଭାରି ହଟହଟା ହୋଇଛନ୍ତି। ରାହୁଲ ଗାନ୍ଧୀ କହୁ କହୁ ସଂସଦରେ ଅଶାଳୀନ କଥା କହିଦେଇଥିଲେ ଯେଉଁ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମଙ୍ଗଳବାର ଦିନ ଲୋକସଭାରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ଉପରେ ଆଲୋଚନା ସମୟରେ ବିରୋଧୀ ଏବଂ ସରକାରଙ୍କ ମଧ୍ୟରେ ଘମାଘୋଟ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା। ବିରୋଧୀ ଦଳକୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, କଂଗ୍ରେସ ସେନାକୁ ବିରୋଧ କରିବା ପାଇଁ ଏକ ନୂତନ ବାହାନା ପାଇଛି। ସେ କହିଛନ୍ତି ଯେ…

Read More