Author: Sarasinee Subudhi

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଦିନ ଲୋକସଭାରେ ଅପରେସନ ସିନ୍ଦୁର ଉପରେ ଚର୍ଚ୍ଚାରେ ଭାଗ ନେଇଥିଲେ। ଅମିତ ଶାହ ଏବଂ ବିଜେପିର ଅନ୍ୟ ନେତାମାନେ ପ୍ରାୟତଃ କଂଗ୍ରେସ ଏବଂ ବିଶେଷ ଭାବେ ଇନ୍ଦିରା ଗାନ୍ଧୀଙ୍କ ଉପରେ ଏହି ଅଭିଯୋଗ ଲଗାଇ ଆସିଛନ୍ତି ଯେ ସେମାନେ ଶିମଲା ସମଝୋତାରେ ପାକିସ୍ତାନକୁ ରିହାତି ଦେଇଥିଲେ ଏବଂ ୧୯୭୧ର ବିଜୟର ପୂର୍ଣ୍ଣ ଲାଭ ଉଠାଇ ପାରି ନଥିଲେ। ଅମିତ ଶାହ ଏହି ପ୍ରସଙ୍ଗରେ ଫିଲ୍ଡ ମାର୍ଶାଲ ସାମ ମାନେକ୍ଶାଙ୍କ କଥିତ ବୟାନକୁ ଉପସ୍ଥାପନ କରିଥିଲେ। ଅମିତ ଶାହ ଦାବି କରିଥିଲେ ଯେ ସାମ ମାନେକ୍ଶା କହିଥିଲେ ଯେ ଶିମଲା ଚୁକ୍ତିରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକାର ଅଲୀ ଭୁଟ୍ଟୋ ଇନ୍ଦିରା ଗାନ୍ଧୀଙ୍କୁ ‘ମୂର୍ଖ’ ବନାଇଥିଲେ। ସାମ ମାନେକ୍ଶାଙ୍କ ମତ ଥିଲା ଯେ ୧୯୭୧ର ଯୁଦ୍ଧରେ ପାକିସ୍ତାନର ବିପୁଳ ସାମରିକ ପରାଜୟ ସତ୍ତ୍ୱେ ଭୁଟ୍ଟୋ ପାକିସ୍ତାନକୁ ସୁହାଇଲା ଭଳି ଚୁକ୍ତି କରି ଭାରତକୁ ମାତ ଦେଇଥିଲେ।…

Read More