Author: Sarasinee Subudhi

ବିଶ୍ୱ ଇତିହାସରେ ଏକ କଳା ଦିନ ହେଉଛି ୬ ଅଗଷ୍ଟ ୧୯୪୫। ଏହା ସେହି ଦିନ ଯେତେବେଳେ ଜାପାନର ହିରୋଶିମା ସହର ଉପରେ ଆମେରିକା ପରମାଣୁ ବୋମା ପକାଇଥିଲା। ସକାଳ ୮:୧୫ରେ ହୋଇଥିବା ଏହି ଆମେରିକୀୟ ଆକ୍ରମଣରେ କିଛି ମୁହୂର୍ତ୍ତରେ ହିରୋଶିମା ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା ଏବଂ ଏକ ଲକ୍ଷ ଚାଳିଶ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ବଞ୍ଚିଥିବା ଲୋକମାନେ ବିକିରଣ କାରଣରୁ ଦୀର୍ଘ ସମୟ ଯାଏଁ କଷ୍ଟ ସହିଥିଲେ। ଏହି ଆକ୍ରମଣ ପରମାଣୁ ଅସ୍ତ୍ରର ଭୟଙ୍କର ପରିଣାମ ବିଶ୍ୱକୁ ଜଣାଇଥିଲା। ଏହା ସେହି ପରମାଣୁ ବୋମାର ଭୟାବହତା ଦେଖାଇଥିଲା, ଯାହାର ନିର୍ମାଣ ରବର୍ଟ ଓପେନହାଇମର କରିଥିଲେ। ଆସନ୍ତୁ ଜାଣିବା ଓପେନହାଇମର କିପରି ପରମାଣୁ ବୋମା ତିଆରି କରିଥିଲେ ଏବଂ ଏହାର କୋଡନାମ ଟ୍ରିନିଟି କାହିଁକି ରଖାଯାଇଥିଲା। ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର କଥା। ଯୁକ୍ତ ରାଷ୍ଟ୍ର ଆମେରିକା ପରମାଣୁ ବୋମା ତିଆରି ପାଇଁ ଏକ ଗୋପନୀୟ ପ୍ରୋଜେକ୍ଟ ଆରମ୍ଭ କରିଥିଲା।…

Read More