Author: Sarasinee Subudhi

ରାଜ୍ୟ ର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯୋଗାଇ ଦିଆଯାଉଥିବା ରୋଗୀଙ୍କ ରକ୍ତ ପରୀକ୍ଷା ନିମନ୍ତେ ଆବଶ୍ୟକ ମେଡିକାଲ ଯନ୍ତ୍ରପାତି କ୍ରୟ ପାଇଁ ଓଡ଼ିଶା ଔଷଧ ନିଗମ ଦ୍ଵାରା ହେଉଥିବା ଟେଣ୍ଡର ଚୟନରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହୋଇଛି । ତେଣୁ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଓଡ଼ିଶା ନାଗରିକ ସଂଗଠନ ତରଫରୁ ଦାବି ହେଉଛି। ସୂଚନାଯୋଗ୍ୟ ଯେ, ରାଜ୍ୟ ରେ  ଥିବା ୮ ଟି ମେଡିକାଲ୍ କଲେଜ ଓ ହସ୍ପିଟାଲ ଯଥା; ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ଭିମ୍ସାର, ବୁର୍ଲା, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ, କୋରାପୁଟ ସମେତ ଶିଶୁ ଭବନ, କଟକ, ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର, ୩୦ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ସରକାରୀ ଚିକିତ୍ସାଳୟକୁ…

Read More