Author: Sarasinee Subudhi

ଉତ୍ତର କୋରିଆର ସୁପ୍ରିମଲିଡର କିମ ଜଙ୍ଗ-ଉନ, ତାଙ୍କ ଝିଅ କିମ ଜୁ ଏଙ୍କୁ ତାଙ୍କ ଉତ୍ତରାଧିକାରୀ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଆକଳନ ଆମେରିକାର ପ୍ରତିଷ୍ଠିତ ଖବରକାଗଜ ନ୍ୟୁୟର୍କ ଟାଇମ୍ସ କରିଛି। ଦକ୍ଷିଣ କୋରିଆର ଜାତୀୟ ଗୁପ୍ତଚର ସେବା (ଏନଆଇଏସ) ର ମୁଖ୍ୟ ଚୋ ତାଏ-ୟୋଙ୍ଗ ମଧ୍ୟ ନ୍ୟୁୟର୍କ ଟାଇମ୍ସ ସହ ସହମତ। ତେବେ ଉତ୍ତରାଧିକାରୀ ଚୟନ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। କିମ ଜୁ ଏଙ୍କ ବୟସ ପ୍ରକୃତରେ କେତେ ତାହା ଏବେ କେହି ଜାଣି ନାହାନ୍ତି । କିନ୍ତୁ ତାଙ୍କୁ ଅନେକ ସର୍ବସାଧାରଣ କାର୍ଯ୍ୟକ୍ରମରେ ତାଙ୍କ ବାପାଙ୍କ ସହ ଦେଖାଯାଇଛି। ଏହାଦ୍ୱାରା ଏହି ଅନୁମାନ କରାଯାଉଛି ଯେ ତାଙ୍କୁ କିମ ପରିବାରର ଚତୁର୍ଥ ପିଢ଼ି ଭାବେ ଦେଶର ନେତୃତ୍ୱ ନେବାକୁ ଚୟନ କରାଯାଇଛି। କିମ ଜଙ୍ଗ-ଉନ ନଭେମ୍ବର ୨୦୨୨ରେ ତାଙ୍କ ଝିଅଙ୍କୁ ସ୍ନେହ ଓ ଧମକ ଭରା ଅନ୍ଦାଜରେ ବିଶ୍ୱ ସାମନାରେ ଉପସ୍ଥାପନ କରିଥିଲେ। ସେ ଏକ ଅନ୍ତମହାଦେଶୀୟ…

Read More