Author: Sarasinee Subudhi

ଓଡ଼ିଶାରେ ଯୁବତୀ ଏବଂ ମହିଳାମାନଙ୍କ ପୋଡି ଆଉ ଆତ୍ମହତ୍ୟା କରିବାର ଅନେକ ମାମଲା ସାମ୍ନାକୁ ଅସୁଥିବା ମଧ୍ୟରେ, ରାଜ୍ୟ ସରକାର ପୋଲିସକୁ ମହିଳାମାନଙ୍କ ଅଭିଯୋଗ ସମୀକ୍ଷା କରିବାକୁ ଏବଂ ସକ୍ରିୟ ପଦକ୍ଷେପ ନେବାକୁ କହିଛନ୍ତି। ଜୁଲାଇ ୧୨ ତାରିଖରେ, ବାଲେଶ୍ୱର ଏଫଏମ କଲେଜର ୨୦ ବର୍ଷୀୟା ଛାତ୍ରୀ ପ୍ରଫେସରଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗରେ କର୍ତ୍ତୃପକ୍ଷଙ୍କ କଥିତ ନିଷ୍କ୍ରିୟତା ବିରୋଧରେ ପ୍ରତିବାଦ କରି ଆତ୍ମହୁତି ଦେଇଥିଲେ। ସେବେଠାରୁ, ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଅନ୍ୟକ ଘଟଣା ଦେଖିବାକୁ ମିଳୁଛି। ଏଇ ଦେଢ଼ମାସ ଭିତରେ ଅତି କମରେ ୫ଟି ମାମଲା ରିପୋର୍ଟ ହୋଇଛି। ଓଡ଼ିଶା ପୋଲିସର ମହିଳା ଏବଂ ଶିଶୁ ବିଅପରାଧ ନିରାକରଣ ଶାଖା ମଙ୍ଗଳବାର ସମସ୍ତ ଏସପିଙ୍କୁ ମହିଳା ଓ ଝିଅମାନଙ୍କ ସମସ୍ତ ବିଚାରାଧୀନ ଅଭିଯୋଗ ଏବଂ ଦାଖଲ ହୋଇଥିବା ନୂତନ ଅଭିଯୋଗଗୁଡ଼ିକର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି । ଏହାସହ ସେମାନଙ୍କୁ ଆତ୍ମ-କ୍ଷତି କରିବାରୁ ରୋକିବା ପାଇଁ ସକ୍ରିୟ ପଦକ୍ଷେପ…

Read More