What's Hot
Author: Sarasinee Subudhi
ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା । ଭୁବନେଶ୍ବରରେ ହେବ ସିଲିକନ୍ କାର୍ବାଇଟ୍ ସେମିକଣ୍ଡକ୍ଟର ୟୁନିଟ୍। ଥ୍ରି ଡି ଗ୍ଲାସ୍ ସେମିକଣ୍ଡକ୍ଟର ୟୁନିଟ୍ ମଧ୍ୟ ଭୁବନେଶ୍ବରରେ ପ୍ରତିଷ୍ଠା ହେବ। ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଛି। ୧୯୪୩ କୋଟି ଟଙ୍କାରେ ଭୁବନେଶ୍ବର ଠାରେ ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟ ନିର୍ମାଣ ହେବ। ଓଡ଼ିଶାରେ ସେମିକଣ୍ଡକଟର ନିର୍ମାଣକୁ ଏହା ଆହୁରି ମଜଭୁତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।ହେଟେରୋଜିନିୟସ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନସ ପ୍ରାଇଭେଟ ଲିମିଟେଡ- HIPSPL ଏହି ପ୍ରକଳ୍ପକୁ ନିର୍ମାଣ କରିବ। ଏଠାରୁ ବାର୍ଷିକ ୭୦ ହଜାର ୟୁନିଟ ଗ୍ଲାସ ପ୍ଲାନେଲ ନିର୍ମାଣ ହେବାର ଲକ୍ଷ୍ୟ ରହିଛି। ଏହା ସହ ବାର୍ଷିକ ୧୩ ହଜାର ୟୁନିଟ…
