Author: Sarasinee Subudhi

ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ରଙ୍କ ମତକୁ ସମର୍ଥନ କରି କହିଛନ୍ତି ଯେ ଆଧାରକୁ ନାଗରିକତାର ନିର୍ଣ୍ଣାୟକ ପ୍ରମାଣ ଭାବରେ ବିବେଚନା କରାଯାଇପାରିବ ନାହିଁ, ଏହାକୁ ସ୍ୱାଧୀନ ଭାବରେ ଯାଞ୍ଚ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ରାୟ ପରେ ଏବେ ବାଂଲାଦେଶୀ ଅନୁପ୍ରବେଶକାରୀ ଓ ଭୋଟ୍‍ ରାଜନୀତି ପାଇଁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ନେତାମାନେ ଏବେ କ’ଣ କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସାରାଂଶ ସଂଶୋଧନ (ଏସଆଇଆର)କୁ ଚ୍ୟାଲେଞ୍ଜ କରି ଆଗତ ଆବେଦନର ଶୁଣାଣି ସମୟରେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ମତ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ କପିଲ ସିବଲଙ୍କୁ ଜଷ୍ଟିସ କାନ୍ତ କହିଛନ୍ତି, ଇସି କହିଛନ୍ତି ଯେ ଆଧାରକୁ ନାଗରିକତାର ନିର୍ଣ୍ଣାୟକ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ। ଏହାକୁ ଯାଞ୍ଚ କରାଯିବା ଆବଶ୍ୟକ। ସର୍ବୋଚ୍ଚ ଅଦାଲତ ଏହା…

Read More