Author: Sarasinee Subudhi

ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲାସ୍କାର ବୈଠକରୁ ୟୁକ୍ରେନ୍ -ଋଷ ଯୁଦ୍ଧ ବିରାମ ନେଇ କିଛି ନିଷ୍କର୍ସ ବାହାରିବା ନେଇ ସାରା ବିଶ୍ଵ ଅନେଇ ବସିଥିଲା।ଆଲାସ୍କା ଶିଖର ସମ୍ମିଳନୀରେ ୨ ଘଣ୍ଟା ୪୫ ମିନିଟ୍‌ ଆଲୋଚନା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ ଯଦି ୨୦୨୨ରେ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଥାଆନ୍ତେ, ତେବେ ୟୁକ୍ରେନ ସହ ତାଙ୍କର ଯୁଦ୍ଧ କେବେବି ହୋଇନଥାଆନ୍ତା। ଟ୍ରମ୍ପ-ପୁଟିନ୍‌ଙ୍କ ମିଟିଂ ସକରାତ୍ମକ ସତ୍ତ୍ୱେ ଯୁଦ୍ଧ ବିରତି ନେଇ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ ବୋଲି କୁହାଯାଉଛି। ଏହା ପାଞ୍ଚ ବର୍ଷ ମଧ୍ୟରେ ସେମାନଙ୍କର ପ୍ରଥମ ମୁହାଁମୁହିଁ ସାକ୍ଷାତକାର ଥିଲା। ଯେତେବେଳେ ପୁଟିନଙ୍କୁ ଟ୍ରମ୍ପଙ୍କ ଦୀର୍ଘକାଳୀନ ଦାବି ବିଷୟରେ ପଚରାଗଲା ଯେ ତାଙ୍କର ଉପସ୍ଥିତି କେବଳ ଋଷକୁ ଆକ୍ରମଣ କରିବାରୁ ରୋକିପାରିଥାଆନ୍ତା, ସେ କହିଥିଲେ, ” ମୁଁ ଏହାକୁ ନିଶ୍ଚିତ କରିପାରିବି।” ଦୁଇ ପକ୍ଷ ଆଲାସ୍କାରେ…

Read More