Author: Sarasinee Subudhi

ଧର୍ମ ନାମରେ ଦେଶର ବିଭାଜନ କରାଇଥିବା ଜିନ୍ନା ପଞ୍ଜାବକୁ ବିଭାଜିତ ହେବାକୁ ଦେବାକୁ ଚାହୁଁ ନଥିଲେ। ଏଥିପାଇଁ ସେ ଶିଖମାନଙ୍କୁ ସାଙ୍ଗରେ ରଖିବା ଏବଂ ସେମାନଙ୍କର ସମସ୍ତ ଦାବି ପୂରଣ କରିବାକୁ ପ୍ରସ୍ତୁତ ଥିଲେ। ଲର୍ଡ ମାଉଣ୍ଟବ୍ୟାଟେନଙ୍କ ପରାମର୍ଶରେ ସେ ଏହି ବିଷୟରେ ପଟିଆଲାର ମହାରାଜା ଯାଦବିନ୍ଦର ସିଂହ ଏବଂ କିଛି ଶିଖ ନେତାଙ୍କ ସହ ବୈଠକ ମଧ୍ୟ କରିଥିଲେ। ଶିଖମାନଙ୍କୁ ନିଜ ପକ୍ଷରେ ଆଣିବା ପାଇଁ ଜିନ୍ନା ସେମାନଙ୍କ ଦାବିର ତାଲିକା ନ ପଢ଼ି ସେଥିରେ ହସ୍ତାକ୍ଷର କରିବାକୁ ଆଶ୍ୱାସନା ଦେଇଥିଲେ। ଯେତେବେଳେ ଜିନ୍ନାଙ୍କୁ କୁହାଗଲା ଯେ ସେ ବହୁତ ଉଦାର ଦେଖାଯାଉଛନ୍ତି, କିନ୍ତୁ କଳ୍ପନା କରନ୍ତୁ ଯଦି ଏହି ପ୍ରତିଶ୍ରୁତି ପୂରଣ କରିବାର ସମୟରେ ଆପଣ ନ ରହିଲେ ତେବେ କ’ଣ ହେବ? ମୃତ୍ୟୁ ପରେ ମଧ୍ୟ ପାକିସ୍ତାନରେ ନିଜର ପ୍ରଭାବ ନେଇ ନିଶ୍ଚିନ୍ତ ଥିବା ଜିନ୍ନା ଉତ୍ତର ଦେଇଥିଲେ, “ମୋ ବନ୍ଧୁ, ପାକିସ୍ତାନରେ ମୋର କଥା ଈଶ୍ୱରଙ୍କ…

Read More