Author: Sarasinee Subudhi

ଓଡ଼ିଶାର ପୁରୀ ଜିଲ୍ଲାରେ ପୁଣି ଘଟିଛି ଆଉ ଏକ ଦୁଃଖଦ ଘଟଣା, ପିପିଲିରେ ନିଆଁ ଲାଗି ଜଣେ ମହିଳା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ଏହାକୁ ମିଶାଇ ଗୋଟିଏ ମାସ ମଧ୍ୟରେ ରାଜ୍ୟରେ ୬ଟି ପୋଡ଼ା ଘଟଣା ଘଟିଛି । ଏହି ଘଟଣାଗୁଡ଼ିକ ମଧ୍ୟରୁ ଦୁଇ ଜଣ ନାବାଳକଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଋଣ ଭାରରେ ବୁଡ଼ି ପିପିଲି ସହରରେ ଥିବା ତାଙ୍କ ଭଡା ଘରେ ୩୭ ବର୍ଷୀୟା ମହିଳା ଜଣଙ୍କ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି। ସ୍ୱାମୀ ଏବଂ ଝିଅ ଘରେ ନଥିବା ସମୟରେ ସେ ଏଭଳି ପଦକ୍ଷପ ନେଇଥିଲେ। ସେ ବର୍ତ୍ତମାନ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି। ମହିଳାଙ୍କ ଶରୀରର ୯୦% ପୋଡ଼ିଛି, ସେ ଏବେ ଭେଣ୍ଟିଲେଟରେ ରହିଛନ୍ତି । ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ଓ କିରାସିନି ବୋତଲ ଜବତ ହୋଇଛି । ମିଳିଥିବା…

Read More