Author: Sarasinee Subudhi

ଆଜି ସକାଳୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣା ସାରା ଦେଶରେ ଚହଳ ଖେଳାଇ ଦେଇଛି। ନିଜ ବାସଭବନରେ ସାପ୍ତାହିକ ଜନଶୁଣାଣି କରୁଥିବା ବେଳେ ଜଣେ ଯୁବକ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଚାପୁଡା ମାରିଥିଲା। ନିଜ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିବା ବେଳେ ଯୁବକ ହଠାତ୍ ରେଖାଙ୍କୁ ଚାପୁଡା ମାରିଥିଲେ । ଯୁବକ ଜଣକ କିଛି କାଗଜ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପରେ ଜୋରରେ ଚିଲେଇଥିଲେ ଏବଂ ତାପରେ ହଠାତ୍ ଚାପୁଡା ମାରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ପୋଲିସ ଆଉ ଲୋକ ତାଙ୍କୁ ଆୟତ୍ତ କରିଥିଲେ ପୋଲିସ। ପୋଲିସ ଅଟକ ରଖି ତାଙ୍କୁ ପଚରା ଉଚରା କରିବା ପରେ ତାଙ୍କ ବାବଦରେ ଅନେକ କଥା ଜଣାପଡ଼ିଛି । ଆକ୍ରମଣକାରୀଙ୍କ ନାମ ରାଜେଶ ଖିମଜୀ । ତାଙ୍କ ଘର ଗୁଜୁରାଟ ରାଜକୋଟର । ତାଙ୍କ ବୟସ ୪୧ । ସେପଟେ ଘଟଣାକୁ ନେଇ ସବୁଠି ନିନ୍ଦା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ…

Read More