Author: Sarasinee Subudhi

ସରକାର ବୁଧବାର ସଂସଦରେ ତିନୋଟି ବିଲ୍ ଆଗତ କରିବାକୁ ଯୋଜନା କରୁଛନ୍ତି ଯାହା ଦ୍ୱାରା ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ଗୁରୁତର ଅପରାଧିକ ଅଭିଯୋଗରେ ଗିରଫ କିମ୍ବା ଅଟକ ରଖାଯାଇଥିଲେ ସେମାନଙ୍କୁ ପଦରୁ ବହିଷ୍କାର କରିବା ପାଇଁ ବ୍ୟବସ୍ଥା କରାଯିବ। ଯଦି କୌଣସି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ୩୦ ଦିନ ପର୍ଯ୍ୟନ୍ତ ହାଜତରେ ରୁହନ୍ତି ତେବେ ତାଙ୍କ ପଦ ଚାଲିଯାଇ ପାରେ ବୋଲି କୁହାଯାଉଛି। ଏହି ୩ ଟି ବିଲ୍ ହେଉଛି: କେନ୍ଦ୍ର ଶାସିତ ଅଞ୍ଚଳ ସରକାର (ସଂଶୋଧନ) ବିଲ୍ ୨୦୨୫; ସମ୍ବିଧାନ (୧୩୦ ତମ ସଂଶୋଧନ) ବିଲ୍ ୨୦୨୫ ଏବଂ ଜମ୍ମୁ ଏବଂ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ତିନୋଟି ବିଲ୍ କୁ ସଂସଦର ଏକ ଯୁଗ୍ମ କମିଟିକୁ ପଠାଇବା ପାଇଁ ଲୋକସଭାରେ ଏକ ପ୍ରସ୍ତାବ ମଧ୍ୟ ଆଗତ କରିବେ। କେନ୍ଦ୍ର…

Read More