Author: Sarasinee Subudhi

ନିକଟରେ ସୁପ୍ରିମକୋର୍ଟର ଏକ ଡିଭିଜନ ବେଞ୍ଚ ଭାରତର ମୁଖ୍ୟ ବିଚାରପତିଙ୍କ ପରାମର୍ଶରେ ବ୍ୟାପକ ସମାଲୋଚନା ମଧ୍ୟରେ ତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଦେଇଛି। ଶିଖର କେମିକାଲ୍ସ ଲିମିଟେଡ୍ ବନାମ ଉତ୍ତର ପ୍ରଦେଶ ମାମଲାରେ ବିଚାରପତି ଜେବି ପାରଡିୱାଲା ଏବଂ ବିଚାରପତି ଆର ମହାଦେବନଙ୍କ ଖଣ୍ଡପୀଠ ଦେଇଥିବା ନିଷ୍ପତ୍ତି ନ୍ୟାୟପାଳିକା ଭିତରେ ହଇଚଇ ସୃଷ୍ଟି କରିଛି। ପ୍ରକୃତରେ ଶିଖର କେମିକାଲ୍ସ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏକ ଫୌଜଦାରୀ ଅଭିଯୋଗ ଦାୟର କରିଥିଲା ଯେ ସାମଗ୍ରୀ ଯୋଗାଇଥିଲେ ମଧ୍ୟ ଏହାକୁ ୪.୫୯ ଲକ୍ଷ ଟଙ୍କା ଦିଆଯାଇନାହିଁ। ଆହ୍ଲାବାଦ ହାଇକୋର୍ଟର ବିଚାରପତି ପ୍ରଶାନ୍ତ କୁମାରଙ୍କ ଏକକ ଖଣ୍ଡପୀଠ ଏହି ମାମଲାରେ ଫୌଜଦାରୀ ଅଭିଯୋଗ ଖାରଜ କରିବାକୁ ମନା କରିଦେଇ କହିଥିଲେ ଯେ ଦେୱାନୀ ମାମଲାଗୁଡ଼ିକ ଦୀର୍ଘ ସମୟ ଧରି ଲମ୍ବି ରହିଛି। ସୁପ୍ରିମକୋର୍ଟର ଡିଭିଜନ ବେଞ୍ଚ ହାଇକୋର୍ଟର ଏହି ନିଷ୍ପତ୍ତିକୁ ଅବାନ୍ତର ବୋଲି କହି କେବଳ ଏହାକୁ ପ୍ରତ୍ୟାଖ୍ୟାନ କରିନାହିଁ, ବରଂ ଜଷ୍ଟିସ ପ୍ରଶାନ୍ତ କୁମାରଙ୍କ ଉପରେ…

Read More