Author: Sarasinee Subudhi

ଆସନ୍ତା ମାସରୁ ଓଡ଼ିଶାରେ ଭୋଟର ତାଲିକାରେ ବିହାର ଭଳି ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଆରମ୍ଭ ହେବାକୁ ଯାଉଥିବା ବେଳେ ବିଜୁ ଜନତା ଦଳ (ବିଜେଡି) ଏହାକୁ ବିରୋଧ କରିବ ବୋଲି କହିଛି। ନିର୍ବାଚନ ପ୍ରକ୍ରିୟାରେ ଉନ୍ନତି ସମ୍ପର୍କରେ ଆଲୋଚନା କରିବା ପାଇଁ ନିର୍ବାଚନ କମିଶନଙ୍କ ନିମନ୍ତ୍ରଣରେ ବିଜେଡିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟିବା ପରେ, ଦଳ ପକ୍ଷରୁ କୁହାଯାଇଛି ଯେ, ଯଦି ବିହାର ପରି ଓଡ଼ିଶାରେ ସମାନ ଆଭିମୁଖ୍ୟ ଅନୁସରଣ କରାଯାଏ, କିମ୍ବା ବିହାରରେ ତରବରିଆ ପ୍ରକ୍ରିୟା ଯୋଗୁଁ ଯେଉଁ ଭଳି ପ୍ରକୃତ ଭୋଟରମାନେ ଭୋଟଦାନରୁ ବଞ୍ଚିତ ହୋଇଛନ୍ତି, ଯଦି ସେମିତି ହୁଏ ତେବେ ବିଜେଡି ରାଜ୍ୟରେ ଏସଆଇଆର କାର୍ଯ୍ୟକାରୀ କରିବାକୁ ତୀବ୍ର ବିରୋଧ କରିବ। “ସମସ୍ତ ଅଂଶୀଦାରଙ୍କ ସକ୍ରିୟ ଅଂଶଗ୍ରହଣ ସହିତ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ବୃଦ୍ଧି କରିବା ପାଇଁ ସଠିକ୍ ଉଦ୍ଦେଶ୍ୟ ନେଇ ଏସଆଇଆର ପରିଚାଳନା କରାଯିବା ଉଚିତ। ଭୋଟର ତାଲିକାରୁ ଅଯୋଗ୍ୟ ଭୋଟରଙ୍କୁ…

Read More