Author: Sarasinee Subudhi

ନିକଟରେ ଏକ ଟୋଲ ପ୍ଲାଜାରେ ଟୋଲ ଟ୍ୟାକ୍ସ ନେଇ ଜଣେ ସୈନିକ ଓ ସେଠାରେ ଥିବା ଟୋଲ କର୍ମଚାରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାକୁ ନେଇ ଏକ ନୂଆ ବିତର୍କ ଆରମ୍ଭ ହୋଇଛି ଯେ ଟୋଲ ପ୍ଲାଜାରୁ ସୈନିକମାନଙ୍କୁ ଛାଡ଼ ମିଳେ ନାହିଁ କି? ଏହି ଆଲୋଚନାରେ ଏକାଧିକ ବିଷୟ ସାମିଲ ହୋଇଛି। ସୋସିଆଲ ମିଡ଼ିଆରେ ମଧ୍ୟ ଏଭଳି ଖବର ଆସୁଛି ଯେ ଯଦି ୧୦ ସେକେଣ୍ଡରୁ ଅଧିକ ବିଳମ୍ବ ହୁଏ ତେବେ ଟୋଲ ନଦେଇ ଜଣେ ଯାଇପାରିବ। ଟୋଲ ପ୍ଲାଜାରେ ଲାଗୁଥିବା ଜାମ ନେଇ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ଏଭଳି ପରିସ୍ଥିତିରେ ଟୋଲ ଟ୍ୟାକ୍ସ କାହିଁକି ଦେବାକୁ ହେବ, ଏହା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଟୋଲ ଟ୍ୟାକ୍ସ ନେଇ ଆପଣଙ୍କ ଅଧିକାର ପ୍ରକୃତରେ, ଦେଶରେ ଅନେକ ପ୍ରକାରର ଟୋଲ ବ୍ୟବସ୍ଥା ରହିଛି। ଏହି ଟୋଲ ଟ୍ୟାକ୍ସରୁ ମିଳୁଥିବା ଟଙ୍କା ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ସହାୟତା…

Read More