Author: Sarasinee Subudhi

ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଲିଖିତ ନବୀନ ପଟ୍ଟନାୟକ ବହିଟି ଆଗାମୀ ୨୫ ତାରିଖ ଦିନ ଉନ୍ମୋଚିତ ହେବାକୁ ଯାଉଛି। ଏହି ବହିଟି ଇାରାଜୀ ବହିର ଓଡ଼ିଆ ଅନୁବାଦ ହୋଇଥିଲେ ମଧ୍ୟ ଏହା ୨୦୨୪ ନିର୍ବାଚନ ପରର ଘଟଣାକୁ ନେଇ ସଂଶୋଧିତ ସଂସ୍କରଣ ବୋଲି କୁହାଯାଉଛି। ଏହି ବହିରେ ଅନେକ କଥା ଥିଲେ ମଧ୍ୟ ପାଣ୍ଡିଆନଙ୍କ ଯୋଗୁ କିପରି ବିଜେଡି ନେତା ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ନିର୍ବାଚନରେ ପରାଜିତ ହେଲେ ସେକଥା ବିଷଦ ଭାବରେ ଆଲୋଚନା କରାଯାଇଛି। ବହିର ଲେଖା ଅନୁସାରେ ୨୦୨୪ ବର୍ଷଟି ଓଡ଼ିଶା ଲାଗି ଅନେକ ଚମକପ୍ରଦ ଘଟଣା ଧରି ଆସିଥିଲା। ସେଥିମଧ୍ୟରୁ ସବୁଠାରୁ ଗରୁତ୍ଵପୂର୍ଣ୍ଣ ଥିଲା ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା। ତାମିଲନାଡୁରୁ ଆସିଥିବା ଜଣେ ମଝି ପାହ୍ୟାର ଆଇ.ଏ.ଏସ ଅଫିସର ଥିଲେ ପାଣ୍ଡିଆନ। ତାଙ୍କର ମୂଳ କ୍ୟାଡ଼ର ଥିଲା ପଞ୍ଜାବ। ୨୦୦୦ ମସିହାରେ ଜଣେ ଓଡ଼ିଆ ଆଇ.ଏ.ଏସ. ଅଫିସର ସୁଜାତା ରାଉତଙ୍କୁ ବିବାହ…

Read More