Author: Sarasinee Subudhi

ମୋନାଲିସା ଚିତ୍ରର ଇତିହାସରେ ୨୧ ଅଗଷ୍ଟ ତାରିଖର ଉଲ୍ଲେଖ ନିଶ୍ଚିତ ଭାବେ ହୁଏ। ଏହି ତାରିଖରେ ଏହି ଚିତ୍ର ପ୍ୟାରିସର ଲୁଭର ସଂଗ୍ରହାଳୟରୁ ଚୋରି ହୋଇଥିଲା। ଏହାକୁ ଉଦ୍ଧାର କରିବା ପରେ ଚୋର ଯେଉଁ କାରଣ ଦେଇଥିଲେ ତାହା ଆହୁରି ଅଧିକ ଚର୍ଚ୍ଚାରେ ରହିଥିଲା। ୨୧ ଅଗଷ୍ଟ, ୧୯୧୧ରେ ମୋନାଲିସା ଚିତ୍ର ପ୍ୟାରିସର ଲୁଭର ସଂଗ୍ରହାଳୟରୁ ଚୋରି ହୋଇଥିଲା। ଏହି ଚୋରି ଇଟାଲୀର ଭିନସେଞ୍ଜୋ ପେରୁଜିଆ କରିଥିଲେ। ଏହାର ଚର୍ଚ୍ଚା ସାରା ବିଶ୍ୱରେ ହୋଇଥିଲା ଏବଂ ପ୍ରାୟ ଦୁଇ ବର୍ଷର ପ୍ରୟାସ ପରେ ଏହା ୧୨ ଡିସେମ୍ବର, ୧୯୧୩ରେ ଉଦ୍ଧାର ହୋଇଥିଲା। ମୋନାଲିସା କିଏ ଥିଲେ? ମୋନାଲିସାଙ୍କର ପ୍ରକୃତ ନାମ ଥିଲା ଲିସା ଘେରାର୍ଡିନୀ। ଦାବି କରାଯାଏ ଯେ ସେ ଫ୍ଲୋରେନ୍ସ ସହରର ବ୍ୟବସାୟୀ ଫ୍ରାନସେସ୍କୋ ଡେଲ ଜିଓକୋଣ୍ଡୋଙ୍କ ପତ୍ନୀ ଥିଲେ। ଲିଓନାର୍ଡୋ ଡା ଭିନସି ଏହି ଚିତ୍ର ତିଆରି କରିବା ପାଇଁ ସ୍ଫୁମାଟୋ ଟେକନିକ ବ୍ୟବହାର କରିଥିଲେ, ଯାହା ଚେହେରାକୁ…

Read More