Author: Sarasinee Subudhi

ଗତ କିଛି ଦିନ ହେଲା ଆରମ୍ଭ ହୋଇଥିବା ଧର୍ମେନ୍ଦ୍ର ମୋହନଙ୍କ ବିବାଦ ଛିଡ଼ିବାର ନାଁ ଧରୁନାହିଁ। ଏମିତି କିଛି ଚର୍ଚ୍ଚା ଏବେ ସାଧାରଣରେ ଜୋର ଧରିଛି। ଉପରେ ସବୁକିଛି ଠିକ ଅଛି ବୋଲି ଦଳୀୟ ସ୍ତରରେ ବାର୍ତ୍ତା ଦେବାକୁ ଚେଷ୍ଟା କରାଉଥିଲେ ବି ଭିତରେ ଭିତରେ ଏ ନିଆଁ କୁହୁଳୁଥିବା ଜଳଜଳ ହୋଇ ଦିଶୁଛି। ଦୀର୍ଘ ଦିନ ପରେ ଶୁକ୍ରବାର ସଂଧ୍ୟାରେ ମୋହନ ଧର୍ମେନ୍ଦ୍ରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଲାଗୁଥିଲା ସବୁକିଛି ଠିକ୍‍ ହୋଇଯାଇଛି। କିନ୍ତୁ ଯେତେବେଳେ ମୋହନ ସଭାରେ ପହଞ୍ଚିଲେ ସେତେବେଳୁ ହିଁ ଦେଖିବାକୁ ମିଳିଲା ବିବାଦ। ଅର୍ଥାତ୍‍ ସେଠାରେ ଯେଉଁ ଭାବଭଙ୍ଗି ଏହି ଦୁଇ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିବା କଥା ସେଭଳି କିଛି ଅନୁଭବ କରିପାରିନଥିଲେ ଉଆପସ୍ଥିତ ଲୋକେ, ରାଜନୈତିକ ସମୀକ୍ଷକ ଓ ରାଜନୀତି ସହ ଜଡ଼ିତ ବ୍ୟକ୍ତି। ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ର ଓ ମୋହନଙ୍କୁ ନେଇ ସବୁକିଛି ଠିକ୍‍ଠାକ୍‍ ଚାଲିଛି ବୋଲି ଯେତେ କୁହାଗଲେ…

Read More