Author: TRUPTIMAYEE SAHOO

ମୟୂରଭଞ୍ଜ ଜିଲ୍ଲା ବାରିପଦା ବହଳଦା ଅଞ୍ଚଳର ମୁର୍ମୁ ଚୌକରେ ମାହୋଲ ହୋଇଛି ସରଗରମ | ଆନ୍ଦୋଳନକାରୀଙ୍କ ଦ୍ୱାରା ଆକ୍ରମଣ ପରେ ରାଇରଙ୍ଗପୁର ଟାଉନ ଇନ୍ସପେକ୍ଟର ଏସଆଇଙ୍କ ସମେତ ଅନ୍ୟ ୯ ଜଣ ପୋଲିସ କର୍ମଚାରୀ ହୋଇଛନ୍ତି ଆହତ । ଉତ୍ତେଜନା ସ୍ଥଳୀରୁ ତୁରନ୍ତ ସେମାନଙ୍କୁ ବହଳଦା ଡାକ୍ତରଖାନାକୁ ପଠାଯାଇଛି | ଏହାପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଉତ୍ତେଜନା ଅଞ୍ଚଳରେ ପୋଲିସ ଜାରି କରିଛି ଏକ ଫ୍ଲାଗ ମାର୍ଚ୍ଚ । ଗୁରୁବାର ବହଳଦା ବଜାରରେ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକଙ୍କ ଗିରଫ ଦାବିରେ ତାତିଥିଲେ ଗ୍ରାମବାସୀ | ତେବେ ଅଭିଯୁକ୍ତଙ୍କୁ ହସ୍ତାନ୍ତର ପାଇଁ ଦାବି କରି ଏନଏଚ-୨୨୦ ଅବରୋଧ କରିବାକୁ ଚେଷ୍ଟା କରିଥିଲେ କ୍ରୋଧିତ ସ୍ଥାନୀୟ ଲୋକ | ତେବେ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିବା ସମୟରେ ଜନତା ଆକ୍ରମଣର ଶିକାର ହୋଇଛି ପୋଲିସ | ଆନ୍ଦୋଳନକାରୀମାନେ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଥିବା ବହଳଦା ତହସିଲଦାରଙ୍କ…

Read More