Author: TRUPTIMAYEE SAHOO

ରାଜନୀତିରେ ମାହୋଲ ସରଗରମ କରିଛି ରାଜ୍ୟସଭା ନିର୍ବାଚନ ସ୍ଥିତି | ନିର୍ବାଚନ ପୂର୍ବରୁ କଂଗ୍ରେସ ଆଠ ଜଣ ବିଧାୟକ ବେଙ୍ଗାଲୁରୁ ରେ ଗୁପ୍ତ ଭାବେ ନିଜ ଦଳୀୟ ସଭା କରିବା ପରେ ବିଜେଡି ମଧ୍ୟ ବାହାରିଛି କିଛି ସେହିଭଳି ରାସ୍ତା ରେ | ବିଜେଡି ନିଜ ବିଧାୟକମାନଙ୍କ ଏକତା ଏବଂ ଦଳର ନିଷ୍ପତ୍ତିକୁ ଅକ୍ଷୁର୍ଣ୍ଣ ରଖିବାକୁ ଯାଇ ଆରମ୍ଭ କରିଛି ଜୋରଦାର ପ୍ରୟାସ | ନିର୍ବାଚନର ଦିନ ପାଖେଇ ଆସୁଥିବାରୁ ବିଜେଡି ସଭାପତି ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମାର୍ଚ୍ଚ ୧୬ ରେ ନିର୍ବାଚନ ପୂର୍ବରୁ ତିନି ଦିନ ଧରି ନବୀନ ନିବାସରେ ଡାକିଛନ୍ତି ଦଳୀୟ ପ୍ରସ୍ତୁତି ବୈଠକ | ଯେଉଁଥିରେ ସମସ୍ତ ଦଳୀୟ ବିଧାୟକଙ୍କ ଉପସ୍ଥିତିକୁ ବାଧ୍ୟତାମୂଳକ ରହିଥିବା ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଦୁଇ ଘଣ୍ଟା ଅବଧିର ଏହି ବୈଠକ ଶୁକ୍ରବାର ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ଏବଂ ଆଗାମୀ ଦୁଇ ଦିନ ପାଇଁ…

Read More