Author: TRUPTIMAYEE SAHOO

ଆଉ ଏକ ଏଲପିଜି ଟ୍ୟାଙ୍କର୍ ବୋଝେଇ ଜାହାଜ ଲାଗିଲା ବନ୍ଦରରେ | ଶିବାଲିକ୍ ପରେ ମଙ୍ଗଳବାର ଗୁଜୁରାଟ ବନ୍ଦରରେ ପହଞ୍ଚିଥିଲା ନନ୍ଦା ଦେବୀ | ଯେଉଁଥିରେ ୪୭,୦୦୦ ମେଟ୍ରିକ୍ ଟନ୍ ରୁ ଅଧିକ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ (ଏଲପିଜି) ଯୋଗାଣ ହୋଇଥିବା ଜଣାପଡିଛି । ଯୁଦ୍ଧ ପ୍ରଭାବିତ ହରମୁଜ୍ ପ୍ରଣାଳୀ ପାର କରିବା ପରେ ଜାହାଜଟି ଗୁଜରାଟ ଭାଡିନାର ବନ୍ଦରରେ ପହଞ୍ଚିଥିଲା । ମଧ୍ୟପ୍ରାଚ୍ୟରେ ଘନିଷ୍ଠ ସଙ୍କଟ ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ଭାରତକୁ ପରିବହନ କରୁଥିବା ଏହା ଦ୍ୱିତୀୟ ଜାହାଜ । ଗୋଟିଏ ଦିନ ପୂର୍ବରୁ, ହରମୁଜ୍ ପ୍ରଣାଳୀ ଦେଇ ପରିବହନ ପାଇଁ ଅନୁମତି ପାଇଥିଲା ଅନ୍ୟ ଏକ ଏଲପିଜି ଟ୍ୟାଙ୍କର୍ ଶିବାଲିକ୍ | ଯାହା ୪୬,୦୦୦ ମେଟ୍ରିକ୍ ଟନ୍ ରୁ ଅଧିକ ଏଲପିଜି ନେଇ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଥିଲା । ଏଥିରେ ଭାରତୀୟ ପରିବାର ଦ୍ୱାରା ବ୍ୟବହୃତ ପ୍ରାୟ ୩୨.୪ଲକ୍ଷ ମାନକ ୧୪.୨କେଜି ଘରୋଇ ସିଲିଣ୍ଡର ସମକକ୍ଷ…

Read More