Author: TRUPTIMAYEE SAHOO

ଯୁଦ୍ଧ ପ୍ରଭାବିତ ହୋର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବାରେ ଆମେରିକାର ହାତ ଛାଡିଛନ୍ତି ସହଯୋଗୀ ଦେଶ | ଆମେରିକାର ଆହ୍ୱାନକୁ ନୀରବତାର ସହ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ ପରେ, ଏକ ସ୍ପଷ୍ଟ ଭାବରେ କ୍ଷୁବ୍ଧତା ଦିଶିଛି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥାରେ | ମଙ୍ଗଳବାର ଏକ ପ୍ରେସମିଟ କରି କହିଛନ୍ତି ଯେ ‘ୱାଶିଂଟନର ରଣନୈତିକ ଜଳପଥକୁ ସୁରକ୍ଷିତ ରଖିବା ପାଇଁ କୌଣସି ସହାୟତାର ଆବଶ୍ୟକତା ନାହିଁ । ପଶ୍ଚିମ ଏସିଆ ସଂଘର୍ଷ ଆରମ୍ଭ ହେବା ପରଠାରୁ ଇରାନ ଦ୍ୱାରା ଏହି ପ୍ରଣାଳୀରେ ଘେରାବନ୍ଦୀ ହୋଇଛି | ଯାହାକି ବିଶ୍ୱ ତୈଳ ଯୋଗାଣକୁ ବାଧାପ୍ରାପ୍ତ କରିବା ସହ ଅଶୋଧିତ ତୈଳର ମୂଲ୍ୟକୁ ତୀବ୍ର ଭାବରେ ବୃଦ୍ଧି କରୁଛି। “ଆମକୁ କାହାର ଆବଶ୍ୟକତା ନାହିଁ। ଆମେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର। ଆମ ପାଖରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାମରିକ ବାହିନୀ ଅଛି”, ବୋଲି କହିଛନ୍ତି ଟ୍ରମ୍ପ | ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନର (ନାଟୋ)…

Read More