Author: TRUPTIMAYEE SAHOO

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ଧର୍ମନଗରୀ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଏକ ଅଭିନବ ତଥା ଚିତ୍ତାକର୍ଷକ ବାଲୁକା କଳା ପ୍ରଦର୍ଶିତ ହୋଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ୨,୫୦୦ ପାରମ୍ପରିକ ମାଟି ଦୀପ (ଦିୟା) ବ୍ୟବହାର କରି ଏକ ବିଶାଳ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ସମୁଦ୍ର କୂଳରେ ବାଲି ଏବଂ ଦୀପର ଏହି ଅପୂର୍ବ ସମନ୍ୱୟ ଦେଶ ବିଦେଶର ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ସମଗ୍ର ପରିବେଶରେ ଏକ ଉତ୍ସବମୁଖର ଆବହ ପ୍ରସ୍ତୁତ କରିଛି। କିପରି ପ୍ରସ୍ତୁତ ହେଲା ଏହି ବିରାଟ କଳାକୃତି? ସୁଦର୍ଶନ ସାଣ୍ଡ୍ ଆର୍ଟ ଇନଷ୍ଟିଚ୍ୟୁଟ୍‌ର ଛାତ୍ରଛାତ୍ରୀମାନଙ୍କୁ ସାଙ୍ଗରେ ଧରି ସୁଦର୍ଶନ ପଟ୍ଟନାୟକ ବୁଧବାର ସକାଳୁ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୫ ରୁ ୬ ଘଣ୍ଟାର କଠିନ ପରିଶ୍ରମ ପରେ ଏହି ସୁନ୍ଦର…

Read More