Author: TRUPTIMAYEE SAHOO

ଦେବଶିଳ୍ପୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଅବସରରେ ସମଗ୍ର ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି। କନ୍ୟା ସଂକ୍ରାନ୍ତି ଅବସରରେ ପ୍ରତିବର୍ଷ ଭଳି ଗୁରୁବାର ରାଜ୍ୟର ପୁରପଲ୍ଲୀରୁ ନେଇ ସହରାଞ୍ଚଳ ଏବଂ ବିଶେଷ କରି ଶିଳ୍ପାଞ୍ଚଳଗୁଡ଼ିକରେ ଧୂମଧାମରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେଉଛି। ଛୋଟବଡ଼ କଳକାରଖାନା, ଯାନ୍ତ୍ରିକ କର୍ମଶାଳା (ୱାର୍କସପ୍), ଗ୍ୟାରେଜ୍, ନିର୍ମାଣ ସଂସ୍ଥାଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସବୁଠି ଭକ୍ତିପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଛି। ଶ୍ରମିକ ଓ କାରିଗରମାନେ ନିଜର ଦୈନନ୍ଦିନ କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି, ଅସ୍ତ୍ରଶସ୍ତ୍ର ଓ ଯାନବାହନକୁ ସଫାସୁତୁରା କରି ଫୁଲ ଚନ୍ଦନ ଦେଇ ଦେବଶିଳ୍ପୀଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି। ଶିଳ୍ପ ନଗରୀଗୁଡ଼ିକରେ ଭବ୍ୟ ଆୟୋଜନ ଓ ସାଜସଜ୍ଜା ରାଜ୍ୟର ପ୍ରମୁଖ ଶିଳ୍ପାଞ୍ଚଳ ଯଥା ପାରାଦୀପ, ଅନୁଗୋଳ, ତାଳଚେର, ରାଉରକେଲା, ଯୋଡ଼ା-ବଡ଼ବିଲ୍ ଏବଂ ଜୟପୁର ଆଦି ସହରରେ ବିଶ୍ୱକର୍ମା ପୂଜା ମହୋତ୍ସବର ରୂପ ନେଇଛି। ପାରାଦୀପ ବନ୍ଦର ନଗରୀ : ବନ୍ଦର ସହର ପାରାଦୀପରେ ଚଳିତ ବର୍ଷ ପ୍ରାୟ…

Read More