Author: TRUPTIMAYEE SAHOO

ଯେଉଁ କଥାର ଆଶଙ୍କା କରାଯାଉଥିଲା, ଆଜି ରାଜନୀତିର କରିଡରରେ ତାହା ହିଁ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ବିଜୁ ଜନତା ଦଳ ଭିତରେ ବର୍ତ୍ତମାନ ଏକ ଅଜଣା ନୀରବତା। କିନ୍ତୁ ଏହି ନୀରବତା କୌଣସି ଶାନ୍ତିର ସଙ୍କେତ ନୁହେଁ, ବରଂ ଏକ ଭୟଙ୍କର ଝଡ଼ର ପୂର୍ବାଭାସ। ଶଙ୍ଖ ଭବନର ବନ୍ଦ କୋଠରୀ ଭିତରୁ ଆସୁଥିବା ଖବର ଯଦି ସତ୍ୟ ହୁଏ, ତେବେ ଏହା କେବଳ ଏକ ରାଜନୈତିକ ନିଷ୍ପତ୍ତି ନୁହେଁ, ବରଂ ଓଡ଼ିଶାର ସବୁଠାରୁ ଶକ୍ତିଶାଳୀ ଆଞ୍ଚଳିକ ଦଳର ଭାଗ୍ୟ ନିର୍ଦ୍ଧାରଣ। ଚର୍ଚ୍ଚା ହେଉଛି— ବିଜେଡିର ବିରାଟ ପାଣ୍ଠି, ଯାହାର ଆନୁମାନିକ ପରିମାଣ ପାଖାପାଖି ୭୦୦ କୋଟି ବୋଲି କୁହାଯାଉଛି, ସେହି ଅର୍ଥ ଭଣ୍ଡାରର ଚାବିକାଠି ଏବେ ନବୀନ ନିବାସରୁ ଯାଇ ପହଞ୍ଚିଛି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପରିବାର ହାତରେ। ଅର୍ଥାତ୍ ଦଳର ସମ୍ପୂର୍ଣ୍ଣ ଆର୍ଥିକ ରିମୋଟ୍ କଣ୍ଟ୍ରୋଲ୍ ଏବେ ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ନବାଗତା ନେତ୍ରୀ ସୁଜାତା…

Read More