Author: TRUPTIMAYEE SAHOO

ଓଡ଼ିଶାରେ ୨୦୨୪ ନିର୍ବାଚନରେ ଇତିହାସ ରଚିଥିଲା ବିଜେପି। ଦୀର୍ଘ ୨୪ବର୍ଷର ବିଜୁ ଜନତା ଦଳର ଶାସନର ଅନ୍ତ କରି ପ୍ରଥମଥର ପାଇଁ ଓଡ଼ିଶାରେ ପଦ୍ମ ଫୁଟିଲା, ରାଜ୍ୟରେ ସରକାର ଗଢ଼ିଲା ଭାରତୀୟ ଜନତା ପାର୍ଟି। ଲୋକମାନେ ବହୁ ଆଶା ଏବଂ ଭରସା ନେଇ ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ଭୋଟ୍ ଦେଲେ। ନୂଆ ମୁଖ୍ୟମନ୍ତ୍ରୀ ଆସିଲେ, ନୂଆ ମନ୍ତ୍ରିମଣ୍ଡଳ ଗଠନ ହେଲା। ଲାଗିଲା ଓଡ଼ିଶାବାସୀଙ୍କ ଦିନ ବଦଳିଯିବ। କିନ୍ତୁ ଆଜି ଆମେ ଆପଣଙ୍କ ସାମ୍ନାରେ ଏକ ଏପରି ପ୍ରଶ୍ନ ଉଠାଇବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ବି ଚକିତ ହୋଇଯିବେ। ପ୍ରଶ୍ନ ହେଉଛି— “ବଡ଼ ବିପତ୍ତି ଆଡ଼କୁ ଗତି କରୁଛି କି ଓଡ଼ିଶା ବିଜେପି?” ବାହାରୁ ଯାହା ଦେଖାଯାଉଛି, ବିଜେପି ଭିତରେ ସେପରି କିଛି ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଦେଶର ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ଓଡ଼ିଶା ରାଜନୀତିର ସବୁଠାରୁ ପ୍ରଭାବଶାଳୀ ଚେହେରା…

Read More