Author: TRUPTIMAYEE SAHOO

ଓଡ଼ିଶା ରାଜନୀତିର ଇତିହାସ କେବଳ କ୍ଷମତାର ଇତିହାସ ନୁହେଁ, ଏହା ହେଉଛି ବ୍ୟକ୍ତିତ୍ୱ, ଆଦର୍ଶ ଏବଂ ସମୟକ୍ରମେ ସେହି ଆଦର୍ଶରୁ ହୋଇଥିବା ବିଚ୍ୟୁତିର ଏକ ଦୀର୍ଘ କାହାଣୀ। ରାଜ୍ୟର ସର୍ବବୃହତ୍ ଆଞ୍ଚଳିକ ଦଳ— ବିଜୁ ଜନତା ଦଳ ବା ବିଜେଡି। ଦଳର ନାଁଟି କାହାର? ଓଡ଼ିଶାର ଗର୍ବ, ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମ। ୧୯୯୭ ମସିହାରେ ଯେତେବେଳେ ଏହି ଦଳ ଜନ୍ମ ନେଲା, ସେତେବେଳେ ରାଜ୍ୟବାସୀଙ୍କୁ କୁହାଯାଇଥିଲା— ଏହି ଦଳ ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଦଳର ସର୍ବମୟ କର୍ତ୍ତା ହୋଇ ରହିଛନ୍ତି ବିଜୁ ପଟ୍ଟନାୟକଙ୍କ ସାନ ପୁଅ ନବୀନ ପଟ୍ଟନାୟକ। କିନ୍ତୁ ଆଜି, ୨୦୨୬ ମସିହାରେ ଠିଆ ହୋଇ ଯେତେବେଳେ ଆମେ ରାଜ୍ୟର ସ୍ଥିତିକୁ ଦେଖୁଛୁ, ଗୋଟିଏ ବିରାଟ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି— ନବୀନ ପଟ୍ଟନାୟକ କ’ଣ ବାସ୍ତବରେ ବିଜୁ ପଟ୍ଟନାୟକଙ୍କ ରାସ୍ତାରେ ଚାଲିଛନ୍ତି? ନା ବିଜୁ…

Read More