Author: TRUPTIMAYEE SAHOO

ଗୋଟିଏ ପ୍ରବାଦ ଅଛି— “ନିଜ ଘରେ ଯଦି ଶତ୍ରୁ ଥାଏ, ତେବେ ନିଜ ଘରକୁ ଧ୍ୱଂସ କରିବା ପାଇଁ ବାହାର ଶତ୍ରୁର ଆବଶ୍ୟକତା ପଡ଼େ ନାହିଁ।” ଏହି କଥାଟି ଆଜି ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହେଉଛି ଓଡ଼ିଶାର ବର୍ତ୍ତମାନର ରାଜନୀତିରେ। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାକୁ ଏବଂ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଦାୟିତ୍ୱ ଗ୍ରହଣ କରିବାକୁ ବେଶୀ ଦିନ ହୋଇନାହିଁ। ହେଲେ ଏହି ଅଳ୍ପ ସମୟ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାରିପଟୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ବାହାରର ବିରୋଧୀ ଦଳ ଯେତିକି ନୁହଁନ୍ତି, ତାହାଠାରୁ ବହୁଗୁଣ ଅଧିକ ସମସ୍ୟା ତାଙ୍କ ନିଜ ମନ୍ତ୍ରିମଣ୍ଡଳରୁ ହିଁ ସୃଷ୍ଟି ହେଉଛି। ବିଶେଷ କରି ରାଜ୍ୟ କ୍ୟାବିନେଟର ଜଣେ ପ୍ରଭାବଶାଳୀ ମନ୍ତ୍ରୀ— ପୃଥ୍ୱୀରାଜ ହରିଚନ୍ଦନ। ଆଜି ଦଳୀୟ ମହଲରେ ଏବଂ ରାଜନୈତିକ କରିଡରରେ ଗୋଟିଏ ଚର୍ଚ୍ଚା ଜୋର ଧରିଛି ଯେ,…

Read More