Author: TRUPTIMAYEE SAHOO

ଆଜି ଆମେ ଆଲୋଚନା କରିବା ପାକିସ୍ତାନ କ୍ରିକେଟ୍ ଦୁନିଆର ସବୁଠାରୁ ବଡ଼ ଏବଂ ଲଜ୍ଜାଜନକ ଘଟଣା ସମ୍ପର୍କରେ। ପାକିସ୍ତାନର କ୍ରିକେଟ୍ ଆଉ ବିବାଦ – ଏହା ହେଉଛି ଏପରି ଦୁଇଟି ଶବ୍ଦ, ଯାହା ଏକାଠି ହେଲେ ନିର୍ଲଜତା ଓ କଟୁ ସତ୍ୟର ଏକ କକଟେଲ୍ ପ୍ରସ୍ତୁତ ହୋଇଯାଏ, ଯାହାର ଉଦାହରଣ ସାରା ବିଶ୍ୱରେ ଆଉ କେଉଁଠି ଦେଖିବାକୁ ମିଳେ ନାହିଁ। ଏଥର ମଧ୍ୟ ଠିକ୍ ସେଇଆ ହିଁ ହୋଇଛି। ପାକିସ୍ତାନର ଷ୍ଟାର୍ କ୍ରିକେଟର୍ ମହମ୍ମଦ ରିଜୱାନ, ଯାହାଙ୍କୁ ବେଳେବେଳେ ଲୋକେ ‘ମୌଲାନା ରିଜୱାନ’ ବୋଲି ମଧ୍ୟ କହନ୍ତି, ସେ ଏବେ ବେଆଇନ ବେଟିଂ ମାମଲାରେ ଫସିଯାଇଛନ୍ତି। ଜାତୀୟ ସାଇବର କ୍ରାଇମ ଇନଭେଷ୍ଟିଗେସନ୍ ଏଜେନ୍ସି ଏହି ମାମଲାର ଗଭୀର ତଦନ୍ତ କରୁଛି। ଏହି ଘଟଣା ପୁଣି ଥରେ ୯୦ ଦଶକରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଚାଲିଆସିଥିବା ପାକିସ୍ତାନୀ କ୍ରିକେଟ୍ର ସେହି କଳା ଇତିହାସକୁ ମନେ ପକାଇ ଦେଇଛି, ଯେଉଁଥିରେ ସ୍ପଟ୍ ଫିକ୍ସିଂ,…

Read More