Author: TRUPTIMAYEE SAHOO
ଦେଶର ଯୁବପିଢ଼ିଙ୍କୁ ସଶକ୍ତ କରିବା ତଥା ସରକାରୀ ସେବାରେ ନିଯୁକ୍ତି ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ‘୨୦ତମ ରୋଜଗାର ମେଳା’ର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ମହା ଅଭିଯାନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନବନିର୍ବାଚିତ ୫୧,୦୦୦ରୁ ଅଧିକ ଯୁବକ-ଯୁବତୀଙ୍କୁ ଆନୁଷ୍ଠାନିକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଦେଶର ୪୫ଟି ସ୍ଥାନରେ ଏକକାଳୀନ ଆୟୋଜିତ ଏହି ରୋଜଗାର ମେଳାରେ ଓଡ଼ିଶାର ଦ୍ୱୈତ ନଗରୀ କଟକ ଏବଂ ଭୁବନେଶ୍ୱରରେ ମଧ୍ୟ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ରାଜ୍ୟର ଶତାଧିକ ମେଧାବୀ ଯୁବକ-ଯୁବତୀଙ୍କ ହାତକୁ ନିଯୁକ୍ତି ପତ୍ର ହସ୍ତାନ୍ତର କରାଯାଇଛି। ଭୁବନେଶ୍ୱର ଓ କଟକରେ ଉତ୍ସବମୁଖର ପରିବେଶ ଓଡ଼ିଶାରେ ଏହି ମେଗା ନିଯୁକ୍ତି ଉତ୍ସବ ପାଇଁ ଭୁବନେଶ୍ୱର ଓ କଟକରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। କେନ୍ଦ୍ରୀୟ ପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତି : ଉଭୟ ସ୍ଥାନରେ ଆୟୋଜିତ ସମାରୋହରେ କେନ୍ଦ୍ରମନ୍ତ୍ରୀ,…
