Author: TRUPTIMAYEE SAHOO

ଓଡ଼ିଶାର ସହରାଞ୍ଚଳ ଶାସନ ବ୍ୟବସ୍ଥା ଓ ନାଗରିକ ସେବା ପ୍ରଦାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଦ୍ରୁତ ଏବଂ ସରଳ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପୌରପାଳିକା ସେବା ତଥା ଟିକସ ପୈଠ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଇଜ୍ କରିବା ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ଅନୁଯାୟୀ, ଏସ୍‌ବିଆଇର ପେମେଣ୍ଟ୍ ଏଗ୍ରିଗେଟର୍ ସେବା ‘ଏସ୍‌ବିଆଇ-ଇ-ପେ’ କୁ ରାଜ୍ୟ ସରକାରଙ୍କ ସହରାଞ୍ଚଳ ସେବା ପ୍ରଦାନକାରୀ ପୋର୍ଟାଲ ‘ସୁଯୋଗ’ (SUJOG – Sustainable Urban Services in a Jiffy by Odisha Government) ପ୍ଲାଟଫର୍ମ ସହିତ ସଂଯୋଗ କରାଯିବ। ଫଳରେ ରାଜ୍ୟର ସମସ୍ତ ପୌରାଞ୍ଚଳବାସୀ ଏବେ ଘରେ ବସି ନିରାପଦରେ ସମସ୍ତ ପୌର ଟିକସ ଓ ଶୁଳ୍କ ଅନ୍‌ଲାଇନ୍ ମାଧ୍ୟମରେ ପୈଠ କରିପାରିବେ। ଘରେ ବସି ସହଜରେ…

Read More