Author: TRUPTIMAYEE SAHOO

ରାଜ୍ୟର ଲକ୍ଷ ଲକ୍ଷ ଗାଡ଼ି ମାଲିକ ତଥା ଚାଳକଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିଲେ ଆଦାୟ କରାଯାଉଥିବା ମୋଟା ଅଙ୍କର ଜରିମାନା ଉପରେ ରାଜ୍ୟ ସରକାର ବଡ଼ କୋହଳ କରିଛନ୍ତି। ପୂର୍ବରୁ ଲାଗୁ ଥିବା ଏକଚାଟିଆ ୧୦,୦୦୦ ଟଙ୍କାର ଭାରୀ ଜରିମାନାକୁ ହ୍ରାସ କରାଯାଇ ଏବେ ସର୍ବାଧିକ ୬,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ସହିତ ଗାଡ଼ିର ପ୍ରକାରଭେଦ ଏବଂ ପ୍ରଥମ ତଥା ଦ୍ୱିତୀୟ ଥର ନିୟମ ଉଲ୍ଲଂଘନ ଆଧାରରେ ସ୍ୱତନ୍ତ୍ର ଜରିମାନା ସ୍ଲାବ୍ ଘୋଷଣା କରାଯାଇଛି। ବୁଧବାର ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆନୁଷ୍ଠାନିକ ଭାବେ ଏହି ନୂତନ ଜରିମାନା ନିୟମାବଳୀ ସମ୍ପର୍କରେ ଘୋଷଣା କରିଛନ୍ତି। କେଉଁ ଗାଡ଼ି ପାଇଁ କେତେ ଜରିମାନା? ଜାଣନ୍ତୁ ନୂଆ ସ୍ଲାବ୍ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସଂଶୋଧିତ ତାଲିକା ଅନୁସାରେ, ସମସ୍ତ ଗାଡ଼ି ପାଇଁ…

Read More