Author: TRUPTIMAYEE SAHOO

ଭାରତର ଇତିହାସରେ ଯଦି କୌଣସି ରାଜ୍ୟକୁ “ବୁଦ୍ଧିଜୀବୀଙ୍କ ଜନ୍ମଭୂମି” ବୋଲି କୁହାଯାଏ, ସେହି ହେଉଛି ପଶ୍ଚିମ ବଙ୍ଗ। ଏହି ମାଟିରୁ ଜନ୍ମ ନେଇଛନ୍ତି ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକା ନନ୍ଦ, ରବୀନ୍ଦ୍ରନାଥ ଠାକୁର, ସୁଭାଷଚନ୍ଦ୍ର ବୋଷ, ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ, ଓ ଅନେକ ବିଚାରକ, କବି, ବିପ୍ଲବୀ ଓ ସଂସ୍କୃତିର ପ୍ରତୀକ। କଲକାତା ଏକ ସମୟରେ ବ୍ରିଟିଶ ଭାରତର ରାଜଧାନୀ ଥିଲା, ଯେଉଁଠାରୁ ଆରମ୍ଭ ହୋଇଥିଲା ଶିକ୍ଷା, ସାହିତ୍ୟ, ବ୍ୟବସାୟ ଓ ରାଜନୀତିର ନୂଆ ଦିଗ। “ବଙ୍ଗଳା ଆଜି ଯାହା ଭାବେ, ଭାରତ ତାହା ଆସନ୍ତାକାଲି ଭାବେ” – ଗୋପାଳ କୃଷ୍ଣ ଗୋଖଲେଙ୍କ ଏହି ପ୍ରସିଦ୍ଧ ଉକ୍ତି ଦିନେ ପଶ୍ଚିମବଙ୍ଗର ବୌଦ୍ଧିକ ଏବଂ ସାଂସ୍କୃତିକ ଶ୍ରେଷ୍ଠତାର ପ୍ରତୀକ ଥିଲା। କିନ୍ତୁ ଦୁଇ ଶତାବ୍ଦୀ ପରେ ଆଜିର ପଶ୍ଚିମବଙ୍ଗକୁ ଦେଖିଲେ ଏହି ଉକ୍ତି ଏକ ପରିହାସ ପରି ମନେହୁଏ। ଯେଉଁ ରାଜ୍ୟ ଦିନେ ଭାରତର ଅର୍ଥନୀତିକୁ ନିୟନ୍ତ୍ରଣ କରୁଥିଲା, ଯେଉଁଠାରୁ ଶିଳ୍ପ ବିପ୍ଳବର ସୂତ୍ରପାତ…

Read More