Author: TRUPTIMAYEE SAHOO

ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଗୁରୁବାର ଦିନ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET) ୨୦୨୫ର ଫଳାଫଳ ଘୋଷଣା କରିଛନ୍ତି , ଯାହାର ମୋଟ ପାସ୍ ହାର ୭୨.୩୮ ପ୍ରତିଶତ ଥିଲା । ରେଜଲ୍ଟ ୯ଏପ୍ରିଲ, ୨୦୨୬ରେ ଅପରାହ୍ନ ୪ଟାରୁ ବୋର୍ଡର ସରକାରୀ ୱେବସାଇଟରେ ହୋଇଛି ଉପଲବ୍ଧ । ଫଳାଫଳ ଏବଂ ପ୍ରବେଶ ବିବରଣୀ OSSTET ୨୦୨୫ ପରୀକ୍ଷା ଜାନୁଆରୀ ୨୧,୨୦୨୬ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରଥମ ଓ ଦ୍ଵିତୀୟ ପରୀକ୍ଷା ଅର୍ଥାତ I ଓ II ପେପର ପାଇଁ ମୋଟ ୫୬,୪୫୬ ଜଣ ପ୍ରାର୍ଥୀ ପେପର ଦେଇଥିଲେ । ପ୍ରାର୍ଥୀମାନେ ସରକାରୀ ୱେବସାଇଟ www.bseodisha.ac.in ଏବଂ www.bseodisha.nic.in କୁ ଯାଇ ସେମାନଙ୍କର ପଞ୍ଜିକରଣ କିମ୍ବା ଜନ୍ମ ତାରିଖ ସହିତ ରୋଲ ନମ୍ବର ବ୍ୟବହାର କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ ଏବଂ ସେମାନଙ୍କର ସ୍କୋରକାର୍ଡ ଡାଉନଲୋଡ୍ କରିପାରିବେ । ରେଜଲ୍ଟ ସହିତ ଡିଜିଟାଲ୍ ସାର୍ଟିଫିକେଟ୍ ମଧ୍ୟ…

Read More