Author: TRUPTIMAYEE SAHOO

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆସନ୍ତା ବର୍ଷ ସୁଦ୍ଧା, ଗୋଟିଏ କିମ୍ବା ଦୁଇଟି ରାଜ୍ୟ ବ୍ୟତୀତ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳକୁ ସଶସ୍ତ୍ର ବାହିନୀ (ସ୍ୱତନ୍ତ୍ର କ୍ଷମତା) ଆଇନ (AFSPA) ପରିସରରୁ ହଟାଇ ଦିଆଯାଇପାରିବ । ଆସାମ-ନାଗାଲ୍ୟାଣ୍ଡ ସୀମାରେ ତୈଳ ଏବଂ ଖଣିଜ ପଦାର୍ଥ ଅନୁସନ୍ଧାନ ପାଇଁ କେନ୍ଦ୍ର, ଆସାମ ସରକାର ଏବଂ ନାଗାଲ୍ୟାଣ୍ଡ ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର (MoU) ସ୍ୱାକ୍ଷର ସମୟରେ ଶାହ ଏହି ମନ୍ତବ୍ୟ ଦେଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ ,’ସମଗ୍ର ଉତ୍ତର-ପୂର୍ବ ଆଜି ‘ରାଷ୍ଟ୍ର ପ୍ରଥମ’ ମନୋଭାବ ସହିତ ଆଗକୁ ବଢ଼ୁଛି ଏବଂ ଏହି ଚୁକ୍ତି ଏହି ଅଞ୍ଚଳର ପ୍ରଗତି ପାଇଁ ପଥ ପ୍ରଶସ୍ତ କରିବ।’ ନାଗାଲ୍ୟାଣ୍ଡ, ଆସାମ ଏବଂ କେନ୍ଦ୍ର ମଧ୍ୟରେ ସ୍ୱାକ୍ଷରିତ ଐତିହାସିକ ବୁଝାମଣାପତ୍ର କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଉତ୍ତର-ପୂର୍ବରେ ସ୍ଥାୟୀ ଶାନ୍ତି ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ…

Read More