Author: TRUPTIMAYEE SAHOO

ଫ୍ରାନ୍ସ ଏବଂ ଜର୍ମାନୀ ମଧ୍ୟରେ ମିଳିତ ଲଢ଼ୁଆ ବିମାନ ବିକାଶ ଯୋଜନାର ପତନ ଭାରତ ଏବଂ ଫ୍ରାନ୍ସ ପାଇଁ ଷଷ୍ଠ ପିଢ଼ିର ଲଢ଼ୁଆ ବିମାନ ଉପରେ ସହଯୋଗ କରିବାର ସୁଯୋଗ ସୃଷ୍ଟି କରିଛି । ଏହି ବର୍ଷ ଆରମ୍ଭରେ ପ୍ରତିରକ୍ଷା ମନ୍ତ୍ରୀ ସ୍ତରରେ ଏ ସମ୍ପର୍କରେ ପ୍ରାରମ୍ଭିକ ଆଲୋଚନା ହୋଇଥିଲା । ଫ୍ରାନ୍ସ ଏବଂ ଜର୍ମାନୀ ମଧ୍ୟରେ କାର୍ଯ୍ୟକ୍ରମ ବାତିଲ ଭବିଷ୍ୟତ ଲଢ଼ୁଆ ବିମାନ ବିକାଶ ପାଇଁ ଫ୍ରାନ୍ସ ଏବଂ ଜର୍ମାନୀ ଦ୍ୱାରା ୨୦୧୭ରେ ଫ୍ୟୁଚର କମ୍ବାଟ୍ ଏୟାର ସିଷ୍ଟମ (FCAS) ଯୋଜନା ଆରମ୍ଭ କରାଯାଇଥିଲା । କିନ୍ତୁ, ଏୟାରବସ୍ ଏବଂ ଡାସଲ୍ଟ ଭଳି ଅଂଶୀଦାରମାନଙ୍କ ମଧ୍ୟରେ ଭିନ୍ନ ମତ ଯୋଗୁଁ ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରୁ ଆଗକୁ ବଢ଼ିପାରିଲା ନାହିଁ । କାର୍ଯ୍ୟକ୍ରମଟି ବର୍ତ୍ତମାନ ବାତିଲ ହୋଇଯାଇଛି, ଏବଂ ଜର୍ମାନୀ ଏକ ଭିନ୍ନ ପଥ ବାଛିଚି। ଏକ ନୂତନ ସଂଘ ସମ୍ପର୍କରେ ଏକ ଆନୁଷ୍ଠାନିକ ଘୋଷଣା ଖୁବ୍ ଶୀଘ୍ର ଆଶା କରାଯାଉଛି।…

Read More