Author: TRUPTIMAYEE SAHOO

ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଯେ ,”ୟୁରୋପୀୟ ଦେଶଗୁଡ଼ିକରେ ନିର୍ମିତ ଅସ୍ତ୍ରଶସ୍ତ୍ର ଭାରତ ବିରୁଦ୍ଧରେ ବ୍ୟବହାର କରାଯାଇଛି। ସେ ନୂଆଦିଲ୍ଲୀର ରଣନୈତିକ ଶକ୍ତି ନିଷ୍ପତ୍ତିକୁ ଦୃଢ଼ ଭାବରେ ରକ୍ଷା କରିବା ଏବଂ ରୁଷରୁ ଅଶୋଧିତ ତୈଳ କ୍ରୟ ପାଇଁ ଭାରତକୁ ସମାଲୋଚନା କରୁଥିବା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ବିରୋଧାଭାସକୁ ଉଜାଗର କରିବା ସମୟରେ ଏହି ମନ୍ତବ୍ୟ ଦେଇଥିଲେ । ସାମ୍ବାଦିକଙ୍କ ପ୍ରଶ୍ନର ଦେଲେ ସ୍ପଷ୍ଟ ଉତ୍ତର ଫିନଲ୍ୟାଣ୍ଡରେ ଏକ ଆଲୋଚନା ସମୟରେ, ଜଣେ ସାମ୍ବାଦିକ ରୁଷ-ୟୁକ୍ରେନ ବିବାଦ ଉପରେ ଭାରତର ଦୃଷ୍ଟିକୋଣ କଣ ରହିଛି ବୋଲି ପ୍ରଶ୍ନ କରିଥିଲେ । ସାମ୍ବାଦିକ ଭାରତକୁ ରୁଷ ପ୍ରତି ଅତ୍ୟଧିକ ସହାନୁଭୂତିଶୀଳ ଏବଂ ତା’ଠାରୁ ତେଲ କ୍ରୟ କରିବାର ଅଭିଯୋଗ କରିଥିଲେ । ଏହି ସମାଲୋଚନାର ଦୃଢ଼ ଜବାବ ଦେଇ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଭାରତର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ବାସ୍ତବବାଦୀ ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ । “ୟୁରୋପୀୟ ଦେଶଗୁଡ଼ିକ…

Read More