Author: TRUPTIMAYEE SAHOO

ଆପଣମାନେ ଅନେକ ସମୟରେ ‘ସୀମାନିର୍ଦ୍ଧାରଣ’ ବା ‘ଡିଲିମିଟେସନ୍’ ଶବ୍ଦଟି ଶୁଣୁଥିବେ। ଏହାର ସହଜ ଅର୍ଥ ହେଉଛି ଜନସଂଖ୍ୟା ଆଧାରରେ ନିର୍ବାଚନ ମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣ କରିବା। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (EAC-PM) ଏକ ଅତି ଗୁରୁତ୍ୱପୂର୍ଣ୍ଣ ୱର୍କିଂ ପେପର ପ୍ରକାଶ କରିଛି । ଏହି ରିପୋର୍ଟରେ ଏକ ଅଦ୍ଭୁତ ଫର୍ମୁଲା ଦିଆଯାଇଛି, ଯେଉଁଥିରେ କୁହାଯାଇଛି ଯେ, ସାରା ଦେଶର ସବୁ ଆସନକୁ ନ ବଦଳାଇ କେବଳ ୧୭୦ଟି ବଡ଼ ଲୋକସଭା ଆସନର ସ୍ୱତନ୍ତ୍ର ବିଭାଜନ କରାଯାଉ । ଆଉ ଏହାଦ୍ୱାରା ଦେଶରେ ଭୋଟରଙ୍କ ସଂଖ୍ୟା ପ୍ରାୟ ୨ କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।’ ତେବେ ପ୍ରକୃତରେ ଏହି ନୂଆ ଗଣିତ କ’ଣ ଏବଂ ଏହାଦ୍ୱାରା ଓଡ଼ିଶା ସମେତ ସାରା ଦେଶର ରାଜନୀତିରେ କଣ ପ୍ରଭାବ ପଡ଼ିବ? ବର୍ତ୍ତମାନ ଆମ ଦେଶରେ ୫୩ଟି ନିର୍ବାଚିତ ଲୋକସଭା ଆସନ ରହିଛି, ଯାହା ପ୍ରାୟ ୧୯୭୧ ମସିହାର ଜନସଂଖ୍ୟା…

Read More