Author: TRUPTIMAYEE SAHOO

ବର୍ତ୍ତମାନ ସମଗ୍ର ବିଶ୍ୱ ଏକ ଏପରି ଛକ ଉପରେ ଠିଆ ହୋଇଛି, ଯେଉଁଠାରୁ ଗୋଟିଏ ଭୁଲ୍ ପଦକ୍ଷେପ ମାନବ ସମାଜକୁ ତୃତୀୟ ବିଶ୍ୱଯୁଦ୍ଧର ଅଗ୍ନିକୁଣ୍ଡ ମଧ୍ୟକୁ ଠେଲି ଦେଇପାରେ। ଗୋଟିଏ ପଟେ ପୂର୍ବ ୟୁରୋପରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଅନ୍ତହୀନ ରକ୍ତକ୍ଷୟୀ ସଂଘର୍ଷ, ଆଉ ଅନ୍ୟପଟେ ପଶ୍ଚିମ ଏସିଆ ବା ମିଡିଲ୍ ଇଷ୍ଟରେ ଆମେରିକା ଓ ଇରାନ ମଧ୍ୟରେ ମୁହାଁମୁହିଁ ସ୍ଥିତି। ବିଶ୍ୱର ବଡ଼ ବଡ଼ ମହାଶକ୍ତିମାନେ ଯେତେବେଳେ ଏହି ହିଂସାର ନିଆଁକୁ ଲିଭାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି, ଠିକ୍ ସେତିକିବେଳେ କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ଆୟୋଜିତ ୨୬ତମ ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ ଶିଖର ସମ୍ମିଳନୀରୁ ଏକ ବିରାଟ ବାର୍ତ୍ତା ସାମ୍ନାକୁ ଆସିଛି। ଏହି ସମ୍ମିଳନୀରେ ସାରା ଦୁନିଆ ଦେଖିଲା ଏକ ଅଦ୍ଭୁତ କୂଟନୈତିକ ଦୃଶ୍ୟ। ଗୋଟିଏ ପଟେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଖିରେ ଆଖି ମିଶାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କହିଲେ—”ଏହା କଦାପି ଯୁଦ୍ଧର…

Read More