Author: TRUPTIMAYEE SAHOO

ରାଜନୀତିରେ ଗୋଟିଏ କଥା ସବୁବେଳେ କୁହାଯାଏ—”ନିର୍ବାଚନ ଜିତିବା ଯେତିକି ସହଜ, ସରକାର ଚଳାଇବା ତା’ଠାରୁ ଅଧିକ କଠିନ।” ଗତ କିଛି ମାସ ଧରି ଭାରତୀୟ ରାଜନୀତିରେ ଗୋଟିଏ ବଡ଼ ପ୍ରଶ୍ନ ଘୁରି ବୁଲୁଛି। ଯେତେବେଳେ ବିରୋଧୀ ମେଣ୍ଟ ବିଭିନ୍ନ ରାଜ୍ୟରେ ଜନତାଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଲା, ସେତେବେଳେ ଦାବି କରାଯାଇଥିଲା ଯେ ଏହା ହିଁ ଶାସନର ସର୍ବୋତ୍ତମ ବିକଳ୍ପ। କିନ୍ତୁ ଆଜି ଯେତେବେଳେ ଆମେ ହିମାଚଳ ପ୍ରଦେଶ, ତେଲେଙ୍ଗାନା, କେରଳ କିମ୍ବା କର୍ଣ୍ଣାଟକ ଭଳି ରାଜ୍ୟଗୁଡ଼ିକୁ ଦେଖୁଛୁ—ସେଠାରେ ପ୍ରଶାସନର ଗିଅର୍ କାହିଁକି ବାରମ୍ବାର ଫେଲ୍ ମାରୁଛି? ଆଜି ସୋସିଆଲ ମିଡିଆରେ ଏକ ପୋଷ୍ଟର ବେଶ୍ ଚର୍ଚ୍ଚାରେ ଅଛି, ଯେଉଁଥିରେ ଲେଖାଯାଇଛି—”ଯେତେବେଳେ ଗାଡ଼ିର ଷ୍ଟିଅରିଂ ଏହି ରାଜ୍ୟଗୁଡ଼ିକ ଆଡ଼କୁ ବୁଲୁଛି, ସେତେବେଳେ ଗାଡ଼ିର ଗିଅର୍ ଫେଲ୍ ହୋଇଯାଉଛି।” ଏହା କେବଳ ଏକ ରାଜନୈତିକ ଟ୍ରୋଲ୍ ବା ବ୍ୟଙ୍ଗ ନୁହେଁ, ବରଂ ଏହା ପଛରେ ରହିଛି କିଛି ଗମ୍ଭୀର ଅର୍ଥନୈତିକ,…

Read More