Author: TRUPTIMAYEE SAHOO

Odisha: ଖେଳାଳୀଙ୍କୁ ଗ୍ରାମୀଣ ସ୍ତରରୁ ବାଛି ଅଲମ୍ପିକ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଏକଲ ଅଭିଯାନର ପ୍ରୟାସ ଏକଲ ଅଭିଯାନ ଆଜି ଭାରତବର୍ଷର ବନାଞ୍ଚଳରେ ରହୁଥିବା ବାଳକ-ବାଳିକାଙ୍କ ଭିତରେ ଶିକ୍ଷା ପ୍ରତି ଜାଗରଣ ସୃଷ୍ଟି କରିଛି । ଏହି ଅଭିଯାନ ଏକ ସଶକ୍ତ ଓ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ପିଲାମାନଙ୍କୁ ବିକଶିତ କରିବା ସହିତ ସେମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସହାୟକ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମଠାରେ ଆୟୋଜିତ ତୃତୀୟ ରାଷ୍ଟ୍ରୀୟ ଏକଲ ଖେଳକୁଦ ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଛନ୍ତି।   ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଉଦାହରଣ ଦେଇ କହିଥିଲେଯେ, ଯଦି ବନବାସୀ ବାଳକ ବିଦ୍ୟାଳୟ ଯାଇପାରୁନାହିଁ ତେବେ ବିଦ୍ୟାଳୟକୁ ତା ଦ୍ୱାରକୁ ନେବାକୁ ହେବ । ସ୍ୱାମୀ ବିବେକାନନ୍ଦଙ୍କ ଏହି ବାଣୀକୁ ସାକାର କରିଛି ଏକଲ ବିଦ୍ୟାଳୟ । ଶିକ୍ଷାଦାନ…

Read More