Author: TRUPTIMAYEE SAHOO

chilika: ଇଏସି ଦ୍ୱାରା ଗଠିତ ୫ ଜଣିଆ ପ୍ୟାନେଲ ଶନିବାର ଚିଲିକାରେ ଜାଗା ଯାଞ୍ଚ କରିଥିଲେ। ଚିଲିକା ହ୍ରଦ ଉପରେ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ)ର ପ୍ରସ୍ତାବିତ ସେତୁକୁ ନେଇ ପରିବେଶ ସମସ୍ୟାକୁ ଦୃଷ୍ଟିରେ ରଖି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (ଇଏସି) ପ୍ରାୟ ୫୨୬.୦୮ କୋଟି ଟଙ୍କା ବ୍ୟୟରେ ୭.୭୪୦ କିଲୋମିଟର ପ୍ରକଳ୍ପର ହିସାବ ବିଶ୍ଳେଷଣ କରିବାକୁ ଆହ୍ୱାନ ଦେଇଛି। ଗତ ଶନିବାର ଦିନ ଇଏସି ଦ୍ୱାରା ଗଠିତ ୫ ଜଣିଆ ପ୍ୟାନେଲ ଚିଲିକାରେ ଜାଗା ଯାଞ୍ଚ କରିଥିଲେ। ଏହି ପ୍ରକଳ୍ପ ପାଇଁ ଟର୍ମସ ଅଫ୍ ରେଫରେନ୍ସ (ଟିଓଆର) ପ୍ରଦାନ ପାଇଁ ଏନ୍ଏଚ୍ଏଆଇର ଅନୁରୋଧ ଉପରେ ଗତ ବର୍ଷ ଡିସେମ୍ବରରେ ଇଏସି ଏହାର ବୈଠକରେ ଦର୍ଶାଇଥିଲା ଯେ ପ୍ରସ୍ତାବିତ ପୋଲର ପ୍ରାୟ ୩.୪ କିଲୋମିଟର ଲମ୍ବ ନଳବଣ (ଚିଲିକା) ବନ୍ୟପ୍ରାଣୀ ଅଭୟାରଣ୍ୟର ଡ୍ରାଫ୍ଟ ଇକୋ-ସମ୍ବେଦନଶୀଳ ଜୋନ୍ (ଇଏସଜେଡ଼) ସୀମା ଅଧୀନରେ ଆସୁଛି। ସେତୁ…

Read More