Author: TRUPTIMAYEE SAHOO

Women Development: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା ରାହତକାର ରାଜ୍ୟରେ ମହିଳାମାନଙ୍କ ବିକାଶ ଓ ମହିଳାମାନଙ୍କ ଦ୍ଵାରା ବିକାଶକୁ ହାସଲ କରିବା ନିମନ୍ତେ ମହିଳାମାନେ ନିଜ ନ୍ୟାୟିକ ଅଧିକାର ପ୍ରତି ସଚେତନ ହେବା ନିହାତି ଆବଶ୍ୟକ ବୋଲି ମଙ୍ଗଳବାର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଥିବା ଓଡ଼ିଶା ରାଜ୍ୟ ମହିଳା ଆୟୋଗରେ ୩୨ତମ ପ୍ରତିଷ୍ଠା ଦିବସ ଯୋଗ ଦେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦୃଢ ମତ ରଖିଛନ୍ତି । ଆଜିର ମହିଳା ସମାଜର ବିଭିନ୍ନ କ୍ଷେତ୍ରରେ ନିଜର ଶକ୍ତି ଓ ସାମର୍ଥ୍ୟ ପ୍ରତିପାଦନ କରିଛନ୍ତି। ସେମାନଙ୍କ ଅଧିକାରକୁ ସୁନିଶ୍ଚିତ କରି ନ୍ୟାୟିକ ସୁରକ୍ଷା ପ୍ରଦାନ କରିବା ସରକାରଙ୍କ ସହ ସମାଜର କର୍ତ୍ତବ୍ୟ ହେବା ଉଚିତ । ତୃଣମୂଳସ୍ତରରେ ମହିଳାମାନଙ୍କ ସାମାଜିକ,  ଅର୍ଥନୈତିକ ବିକାଶ ସହ ସେମାନଙ୍କ ନ୍ୟାୟିକ ଅଧିକାରକୁ ସୁନିଶ୍ଚିତ କରିବା ଓଡ଼ିଶା ରାଜ୍ୟ ମହିଳା ଆୟୋଗର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀମତୀ ପରିଡା ମତ…

Read More