What's Hot
Author: TRUPTIMAYEE SAHOO
Health: ୨୦୨୪ ବର୍ଷ ପାଇଁ ଆଇଏଚ୍ଆଇପି ପ୍ରଦର୍ଶନରେ ପ୍ରଥମ ସ୍ଥାନ ହାସଲ କରିଛି ଓଡ଼ିଶା ରାଜ୍ୟରେ ଜନସ୍ୱାସ୍ଥ୍ୟକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଲୋକସଭା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ‘ଏକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମର ଷ୍ଟେଟ ଆକ୍ସନ ପ୍ଲାନ ଏବଂ ଆଇଡିଏସପି-ଆଇଏଚ୍ଆଇପିର ବାର୍ଷିକ ରିପୋର୍ଟର ଉନ୍ମୋଚନ କରିଛନ୍ତି । ‘ଏକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ଏକ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଅପରେସନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଭାରତ ସରକାରଙ୍କ ସହ ସ୍ୱାକ୍ଷରିତ ହୋଇଥିବା ବୁଝାମଣା ପତ୍ର ମଧ୍ୟ ଉନ୍ମୋଚିତ ହୋଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସମ୍ଭାବ୍ୟ ଜରୁରୀକାଳୀନ ଜନସ୍ୱାସ୍ଥ୍ୟ ପରିସ୍ଥିତି ପାଇଁ ପ୍ରାକ ପ୍ରସ୍ତୁତି ଓ ପ୍ରତିକ୍ରିୟା କ୍ଷମତାକୁ ବୃଦ୍ଧି କରିବା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ ପ୍ରକାଶ କରିଛନ୍ତି । ‘ଏକ ସ୍ୱାସ୍ଥ୍ୟ’ର ଷ୍ଟେଟ ଆକ୍ସନ ପ୍ଲାନରେ ମାନବ ସ୍ୱାସ୍ଥ୍ୟ, ପଶୁ…
