Author: TRUPTIMAYEE SAHOO

IG Drones: ଦେଶରେ ଡ୍ରୋନ୍ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ପାଇଁ ମାନବ ସମ୍ବଳ ସୃଷ୍ଟି କରିବାରେ ସହାୟକ ହେବ। କେନ୍ଦ୍ରର ବିକଶିତ ଭାରତ ମିଶନ ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ସ୍ଥାନୀୟ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇଏସ) ପ୍ରତିଷ୍ଠା କରିବା ପାଇଁ ଡ୍ରୋନ ସଲ୍ୟୁସନ୍ ପ୍ରୋଭାଇଡର ଆଇଜି ଡ୍ରୋନକୁ ଦାୟିତ୍ୱ ଦେଇଛନ୍ତି ସାଂସଦ ସୁଜିତ କୁମାର । ଆଦିବାସୀ ଯୁବକ ଓ ମହିଳାଙ୍କ ପାଇଁ ସରକାରଙ୍କ ସଂସଦ ଆଦର୍ଶ ଗ୍ରାମ ଯୋଜନା (ଏସ୍ଏଜିୱାଇ) ଅଧୀନରେ ସ୍ଥାପିତ ଏହି କେନ୍ଦ୍ର ଦେଶରେ ଡ୍ରୋନ୍ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ପାଇଁ ମାନବ ସମ୍ବଳ ସୃଷ୍ଟି କରିବାରେ ସହାୟକ ହେବ। ଏହା ଦ୍ୱାରା ଏହି ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟର ବେରୋଜଗାର ସମସ୍ୟାର ସମାଧାନ ସହ ଯୁବକମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କୌଶଳ ଓ ଷ୍ଟେମ୍ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ସ୍କୁଲ ପିଲାଙ୍କ ଆଗ୍ରହ ସୃଷ୍ଟି ହେବ।…

Read More